
କୁହ*
ତୁମେ ମୋର କିଏ ଯେ,
କାହିଁକି ଏତେ ମନେପଡ଼..
ତୁମ ଅବର୍ତ୍ତମାନ ରେ,
ଠିକଣା ମୋ, ଯାଇଛି ବଦଳି,
ଆଖି ଖୋଲୁନଥିବା ଚଢ଼େଇଟେ ପରି,
କାନ୍ଦୁଛି ମୁଁ.. ଗୁମୁରି ଗୁମୁରି..!!
ତୁମେ ସିନା ଚାଲିଗଲ,
ଶ୍ୟାମଳ ସମ୍ପର୍କକୁ ଜଳାଞ୍ଜଳି ଦେଇ,
ସ୍ୱପ୍ନିଳ ସମୟକୁ ପଛକରି..
ତଥାପି ମୁଁ ଅନେଇଛି,
ତୁମ ଆସିବା ବାଟକୁ ଚାହିଁ..
ସତେ କଣ..ଆସିବ କି ଫେରି..!!
ତୁମେ ରହିବାକୁ ଚାହୁଁଛ ତ..
ଏକା ଏକା..ନିଜ ଚାରିପାଖେ,
ଅବିଶ୍ୱାସର ଗଡ଼ଖାଇଟେ ଖୋଳେଇ..
ଠିକ ଅଛି..ମୁଁ ବି କହିବିନି,
ଆଉଥରେ ଗଢିବାକୁ ସମ୍ପର୍କଟେ..
ମାୟାମୋହ ଆଉ ଲହୁଲୁହ ଦେଇ..!!
ଅକସ୍ମାତ ଦିନେ କେବେ,
ଭେଟ ହେବ, ତୁମ ସହ ମୋର..
ସେତେବେଳେ ଚିନ୍ହିଵ କି ନାହିଁ..?
କହିବନି ଥରୁଟିଏ..
ଆରେ ଦେଖ..ଚାହଁ ମୋତେ..
ମୁଁ ପରା..ସେଇ..ତୁମ ଛାଇ..!!!

Leave a Reply