
ଏ ରଙ୍ଗହୀନ ଜୀବନରେ
ଜାଣେନା କେଵେ ଫଗୁ ଉଡିବ
ମନର ଅକୁହା କାହାଣୀ କୁ
ନିଜେ ପଢିଵାକୁ ଚେଷ୍ଟା କରି
ଅସମର୍ଥ ହୋଇଛି
ଵୋକିଟେ ପରି ଚାହିଁ ରହିଛି
ଏ ନିସ୍ତଵ୍ଧ ଆକାଶକୁ
କାହାକୁ କହିବି ଆଜି ?
ସୁଖ ଖୋଜୁ ଖୋଜୁ ଦୁଃଖର ସାଗରେ
ଵିତିଛି ଜୀଵନ
ଏ ସ୍ଵାର୍ଥରେ ଦୁନିଆରେ ଖଣ୍ଡ ଖଣ୍ଡ ହୋଇ
ଭାଙ୍ଗିଛି ମୋ ସପନ
କୋଳାହଳ ଭିତରେ ଵି
ଏକଲା ପଣରେ ବିତିଛି ମୋ ଜୀଵନ
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ
ଯଦି ସଂସାର ର ନିୟମ
ତେବେ କାହିଁକି ମୋ ଜୀଵନେ
ସୁଖ ଲାଗେ ପର ଦିଶେ ଯାହା ଅନିଶ୍ଚିତତା ର
କଳାଵାଦଲ
ପୁଳାପୁଳା କୋହଭରା ଯନ୍ତ୍ରଣା ଓ ସଂଗ୍ରାମର
ପଥରେ
ଵେଦନାର ଯାତନା ସହି ବଞ୍ଚିଛି ଜୀଵନ
ଆଶା ଅଛି ପାଇଯିଵି ମୁକ୍ତି ର ସନ୍ଧାନ ।
ଏ ଦୁନିଆରେ ସବୁକିଛି ପାଇ ଵି
କିଛି ପାଇ ପାରିଲିନି
ମିଳିଛି ଯାହା ନୀରଵ ଲୋକଙ୍କ କଟୁ ଵାକ୍ୟ
ଜନ୍ମରୁ ସ୍ନେହ କାଙ୍ଗାଳି ଟିଏ
ପାଇଲିନି ସ୍ନେହଭରା ମମତା
ପ୍ରଶ୍ନ ହୋଇ ଉଙ୍କି ମାରେ ଭାଵନା
ଏ କି ଖେଳ ଖେଳୁଛି ଏ ଵିଧାତା ?
ସମୟ ର ସହ ତାଳ ଦେଇ
ବଦଳିଛି ମୋ ଦୁନିଆ
ଯେଵେ ପଛକୁ ବୁଲି ଦେଖେ
ଦିଶିଯାଏ ସେଇ କେଇବର୍ଷର ଅଙ୍ଗେଲିଭା
ମୋ ଅତୀତର ଛିନ୍ନ ବିଚ୍ଛିନ୍ନ ଘଟଣା
କେତେକଥା ପଚାରେ ଏ ହୃଦୟକୁ ବିବେକୁ
ହେଲେ କାହାର ସ୍ଵର ଶୁଭେନା ସଭିଏଁ ତ ନିରଵ
ଦ୍ରଷ୍ଟା !
ମୋ ପ୍ରଶ୍ନ ରେ ପ୍ରତିଧ୍ୱନିତ ହୁଏ ମୋରି ସ୍ବର
ଏଠି ସଵୁ ପର ମାଟି ନିଜର
ସବୁ ଅଳିଅର୍ଦଳି ସହି କରିଲା ଵଡ
ଉଦାର ତାର କୋମଳ ହୃଦୟେ
ଦେଲା ମତେ ପରିଚୟ
ଆଉ ମାତ୍ର କେଇଟା ସମୟ!
ତା ବକ୍ଷରେ ହେବାକୁ ଵିଲୀନ……
ତେଜସ୍ଵିନୀ ସାମଲ
Leave a Reply