ଚର୍ଚ୍ଚାରେ ବଡ଼ ଖବର I

ବଡ଼ ଖବର କେବେ ଆସିବ କେବେ ଆସିବ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି I ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ନୂଆ ସାଟେଲାଇଟ ଚ୍ୟାନେଲ ବଡ ଖବର କୁ ନେଇ ଲୋକ ମାନେ ଖୁବ ଉତ୍ସାହିତ ଅଛନ୍ତି I ଲୋକଙ୍କ ମନରେ ବିଶ୍ୱାସ ରହିଛି ଯେ ବିଗତ ଦିନ ଭଳି ଅର୍ଦ୍ଧେନ୍ଦୁ ଲୋକଙ୍କ ପାଇଁ ସେହି ସାମ୍ବାଦିକତା କରିବେ ଯାହା ସେ ପୂର୍ବରୁ କରୁଥିଲେ I ଅର୍ଦ୍ଧେନ୍ଦୁ ଦାସଙ୍କ ସାମ୍ବାଦିକତା ଲୋକଙ୍କ ପାଇଁ ଥିଲା ବୋଲି ଅନେକ କଥା ପ୍ରସଙ୍ଗ ରେ ଉଦାହରଣ ଦିଅନ୍ତି I କିଛି ଲୋକଙ୍କ କହିବା କଥା ଆରମ୍ଭରୁ ଆଜିଯାଏ ସବୁ ସମୟରେ ସେ କେବେବି ନିଜ ସ୍ୱାର୍ଥ ପାଇଁ ସମ୍ବାଦ ପରି ବେଷଣ କରିନାହାନ୍ତି I ସବୁବେଳେ ଲୋକଙ୍କ ହକ ପାଇଁ ଲୋକଙ୍କ ସ୍ୱାର୍ଥରେ ସମ୍ବାଦ ପରିବେଷଣ କରିଛନ୍ତି I

ସ୍ୱାଧୀନତା ଦିବସ ଅବସରରେ ବଡଖବରର ଲୋଗୋ ଉନ୍ମୋଚନ ହୋଇସାରିଥିବା ବେଳେ ଖୁବ ଶୀଘ୍ର ଏହାର ପ୍ରସାରଣ ଆରମ୍ବ ହେବ ବୋଲି ଜଣାପଡ଼ିଛି I ଏକ ବିଶେଷ ସୂତ୍ର ରୁ ମିଳିଥିବା ଖବର ଅନୁଯାୟୀ ସ୍ୱାଧୀନତା ଦିବସରେ ଲୋଗୋଉନ୍ମୋଚନ କରି ଅର୍ଧେନ୍ଦୁ ଏହି ବାର୍ତ୍ତା ଦେଇଛନ୍ତି ଏହି ଚ୍ୟାନେଲ ରେ ସବୁ ବେଳେ ଜାତୀୟତା ବୋଧ କୁ ଗୁରୁତ୍ୱ ଦିଆଯିବ I ଏହା କୌଣସି ବ୍ୟକ୍ତି ବିଶେଷଙ୍କ ସ୍ୱାର୍ଥ ଲାଗି ଆରମ୍ଭ ହୋଇନାହିଁ I ଏହା ଲୋକମାନଙ୍କର ଲୋକମାନଙ୍କ ପାଇଁ ଲୋକମାନଙ୍କ ଦ୍ୱାରା ପରିଚାଳିତ ହେବ I ଦେଖିବାକୁ ବାକି ରହିଲା ବଡ଼ ଖବର କେବେ ଆସୁଛି ଓ ଲୋକଙ୍କ ପାଇଁ କିଭଳି କାମ କରୁଛି ଓ ବଡ଼ଖବର ଲୋକଙ୍କ ଚ୍ୟାନେଲ ହୋଇ ପାରୁଛି କି ନାହିଁ ?

Spread the love

Be the first to comment

Leave a Reply

Your email address will not be published.


*