ଫେସବୁକ ପ୍ରେମ …

ଫେସବୁକରେ ପ୍ରେମ କରିବା ଶାଦି ଡଟ କମ୍ କି ଓଡିଆ ମାଟ୍ରିମୋନିରେ ଚକଚକ୍ ଜୀବନସାଥୀ ଚୟନ କରିବା ପରି ! ଯଦି ସୋସିଆଲ୍ ମିଡିଆରେ କାହା ସହ ପ୍ରେମ କରୁଛନ୍ତି ବିବାହ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସତର୍କ ଓ ସଜାଗ ରୁହନ୍ତୁ !

କାରଣ ଗୋଟେ ଭୁଲ୍ ନିଷ୍ପତ୍ତି ଆପଣମାନଙ୍କର ଜୀବନ ବରବାଦ୍ କରିଦେବ !

ଉପାୟ ; ଧୋକା ଦେବା ବା ପ୍ରତାରଣା କରିବା ଶିଖିଛନ୍ତି ?

ଯଦି ନା..ତେବେ ଶିଖନ୍ତୁ କାରଣ ପ୍ରତାରଣା ଧୋକା ଏଠାରେ ପ୍ରକୃତ ପ୍ରେମ ମିଳିବାର ଶ୍ରେଷ୍ଠ ଉପାୟ !

କହିବାର ମାନେ ଜଣେ ତୁମର ପ୍ରେମରେ ପାଗଳ ହେବା ପରେ ସବୁ ସ୍ୱପ୍ନ ବିବାହ ସେକ୍ସ ପିଲାଛୁଆ ଦେଖିସାରିବା ପରେ ଅଚାନକ୍ ଅଲଗା ଚରିତ୍ର ଆଡକୁ ଢଳୁଛନ୍ତି ବୋଲି ତା ଆଗରେ ଦେଖାନ୍ତୁ !

ମିଛ ପ୍ରେମ ସପ୍ତାହ କି ମାସେ ପରେ ଧରା ପଡିଯିବ ଓ ଦେଖିବେ…ରାତି ଅଧରେ ତୁମ ହିଁ ସ୍ୱର୍ଗ ମୋର ତୁମେ ଏକୁଟିଆ ମୋର କହୁଥିବା ଦୁନ୍ଦୁଭି ଏବେ ଅନଲାଇନରେ ଆଉ କାହା ସହ ଖେଳ କରୁଥିବ !

ବର୍ତ୍ତମାନ ସମୟରେ ସବୁଠାରୁ ଅଧିକା ଯଉନ କଣ୍ଡୁ ବିବାହିତା ଓ ବୁଢାଙ୍କର !

ସୁନ୍ଦର ଝିଅ କି ପୁଅ ଦେଖିଲେ ଚାଟ୍ ଏମିତି କରିବେ ଯେମିତି ପ୍ରେମ ଭରପୂର ସେମାନଙ୍କ ପାଖରେ !

ପ୍ରେମ ଏବେ ସୋସିଆଲ୍ ମିଡିଆରେ ଦେହ ବେପାର ନତୁବା ପରସ୍ପରର ଡିପ୍ରେସନ୍ ଫ୍ରଷ୍ଟେସନ୍ କି ନିସଙ୍ଗତା ଏକେଲାପଣ ଛାଡିବାର ଝାଡିବାର ବରାହମିହିର ଉପାୟ !

ଜଣେ ଯଦି ନିଜ ସ୍ୱାମୀ କି ସ୍ତ୍ରୀ ଉପରେ ଅସନ୍ତୁଷ୍ଟ ତେବେ ସେ କେତେ ସ୍ତ୍ରୀ କେତେ ସ୍ୱାମୀ କେତେ ପ୍ରେମିକ କେତେ ପ୍ରେମିକା ଏଠାରେ କରିବେ ତାହାର ହିସାବ ନାହିଁ !

ସବୁଠାରୁ ଅତୃପ୍ତ ଦେହଜୀବୀ ମୁହଁଜୀବୀ ହେଲେ ସ୍କ୍ରିନ୍ ସଟ୍ ଦଳ ! ଗପିବେ…ତାପରେ…ଗାଡି ଏନଏଚରୁ ମୋରମ୍ ଦେଖିଲେ ମୋ ଚରିତ୍ର ହନନ କରୁଛି…ଦେଖ ମୁଁ କେତେ ସତୀ ଚିଲେଇବେ ! ଏସବୁ ସ୍ୱାମୀ ଛାଡି ବାଦାମବାଡି ଗୋଷ୍ଠୀ !

ସୋସିଆଲ୍ ମିଡିଆରେ ଏଯାବତ୍ କରିଥିବା ପ୍ରେମରେ ଗୁଗଲ୍ କରିଥିବା ଅନୁସନ୍ଧାନଜଣେ ବି ନିଷ୍ଠାପର ପ୍ରେମିକା ପ୍ରେମିକପାଇନି ! ସବୁ ସୋସିଆଲ୍ ପ୍ରେମିକା ପ୍ରେମିକ… ସମସ୍ତଙ୍କର ପ୍ରେମିକା ପ୍ରେମିକ !

ଏଣୁ ଏଠାରେ ଷଣ୍ଢରୋଗକୁ ନିଜ ଭିତରେ ସଂସ୍ଥାପନ କରାନ୍ତୁ ! ଯାହାକୁ ପ୍ରେମ କରି ବିବାହ କରିବାକୁ ସ୍ୱପ୍ନ ଦେଖୁଛନ୍ତି…ତାକୁ ଧୋକା କି ପ୍ରତାରଣା ଦେବାର ଅଭିନୟ କରନ୍ତୁ !

ଦେଖିବେ ତାପରେ ପ୍ରେମରେ ଆପଣ ପରମହଂସ ପ୍ରାପ୍ତି ହେବେ ! ମାନେ….ଦୁଧ୍ କା ଦୁଧ୍ ପାନୀ କା ପାନୀ !

ମାନେ…ନୀରବ ନିସଙ୍ଗ ପ୍ରେମିକ କି ପ୍ରେମିକା ପ୍ରଥମେ ଦୁଃଖିତ କି କଷ୍ଟ ଅନୁଭବ କରୁଥିବାର ଅଭିନୟ କରିବେ ତାପରେ ସେ ବି ପଘାଖୋଲା ବୋଲି ସ୍ୱତଃ ବୁଝିପାରିବେ !

ଶେଷରେ…ଜଣେ ଡେଡିକେଟେଡ୍ ପ୍ରେମିକା କି ବେଶ୍ୟା ଭିତରେ ଆପଣ ପ୍ରକୃତ ପ୍ରେମ ପାଇବା କଥାକୁ ମୁଁ ପୁନଃ ଉପସ୍ଥାପିତ କରୁଛି !

ଅତୃପ୍ତିର ଶେଷ ନାହିଁ….ଶୋଷଅଛି….ସେ ଶୋଷ ଯେଉଁ ଶୋଷ ସାମ୍ନାରେ ଲକ୍ଷ ଲକ୍ଷ ଯୋନୀ ଜନ୍ମ ବି କିଛି ନୁହେଁ !

Spread the love

Be the first to comment

Leave a Reply

Your email address will not be published.


*