ଆଜି କାହିଁକି ଭାରାକ୍ରାନ୍ତ ଏ ମନଟା
ଯନ୍ତ୍ରଣା ରେ ଛଟପଟ ଏ ହୃଦୟଟା
ବାଡି ବଗିଚାରେ ଯାଇ ଵୁଲିଆସିଲି
କାଳେ ଏ ଅଵାଧ୍ୟ ମନଟା ବୋଲ ମାନିଯିଵ
ରଙ୍ଗ ଵେରଙ୍ଗ ଫୁଲ ଉପରେ
ଜାତି ଜାତି ପ୍ରଜାପତି
ଗୁଣୁଗୁଣୁ ଗୀତ ଗାଇ ଵିଭୋର ହୋଇଉଠୁଛନ୍ତି
ଅପୂର୍ବ ମହକ ଭାସି ଉଠୁଛି
ମନର ସଵୁ ଗ୍ଲାନି ଅଵଶୋଷ
ଦୂର ହୋଇଗଲା ନିମିଷକରେ
ପ୍ରକୃତି ରାଣୀର ଏ ରୂପଶୋଭା
ସତରେ ଭାରି ଵିଚିତ୍ର !
କେଇଟା ମୁହୁର୍ତ୍ତରେ ତା ପ୍ରେମରେ ପଡିଗଲି
ତା ସୌନ୍ଦର୍ଯ୍ୟ ର ମଧୁର ରସରେ ପିପାସୁ ସାଜିଲି
ସୁନ୍ଦର ଫୁଲଟି ଊପରେ ଭ୍ରମର ବସିଛି
ପାଖରେ ଝାଉଁଳି ପଡିଛି ଅନ୍ୟ ଏକ ପୁଷ୍ପ
ତା ମୁଖରେ ହରଷ ନାହିଁ କି ସୌନ୍ଦର୍ଯ୍ୟ ଵି ନାହିଁ
ଲାଗୁଛି କେଇଟା ସେକେଣ୍ଡ ରେ ଝରିପଡି
ମାଟିରେ ଵିଲୀନ ହୋଇଯିବ ସତେ
ମାଳି ଵି ଦୃଷ୍ଟି ନିକ୍ଷେପ ନ କରି ଚାଲିଗଲା
କିନ୍ତୁ ସେ ଚାହିଁଛି ଵିନମ୍ର ଭାଵରେ
ମଣିଷ ଜୀଵନ କ’ଣ କି !
ଠିକ ଏକ ବୃକ୍ଷ ପରି
ଫରକ ଏତିକି ସେ ଦୁଃଖ ରେ କାନ୍ଦିପାରେନି
କି ମଣିଷ ଭଳି ଲୁହ ନିଗାଡ଼ି ପାରେନି
କିନ୍ତୁ ଯନ୍ତ୍ରଣା ଭୋଗ କରିପାରେ
ଗଛଟି ଵୁଢା ହେଲେ ଅଲୋଡା ହୋଇଯାଏ
ମଣିଷ ର ପରିସ୍ଥିତି ଠିକ ସେମିତି
ଯେତେଦିନ ଫୁଲ ସତେଜ ଥାଏ
ଵାସ୍ନାରେ ଵିମୋହିତ କରୁଥାଏ
ସେତେଯାଏ ସଭିଙ୍କ ଦୃଷ୍ଟି ଆଢୁଆଳରେ ପଡି
ରହିଥାଏ
ଥରୁଟିଏ ଶୁଖିଗଲା ସେ କାହା କାମରେ ଆସେନି
ମଣିଷ ର ଜୀଵନ ବି ସେମିତି
ଯେତେଯାଏ ଵଳବୟସ ଅଛି ସମସ୍ତେ ନତମସ୍ତକ
ଭଲମନ୍ଦ କଥା କହି ମନ ଯେଵେ ଭୁଲାଇ
ତତ୍ପରେ ଯିବେ ଦୁରେଇ…..
ଜୀବନ
Leave a Reply