
ନିଜ ହାତରେ ନିଜ ପସନ୍ଦର ପ୍ରେମିକା ଗୋଟେ ତିଆରି କରିବା ପାଇଁ ବହୁତ ସମୟ ଲାଗେନା !
ଧ୍ରୁମିତାଭ୍ ସେଦିନ କଲେଜ୍ ଫେରିବା ବାଟରେ ରୟାଲ୍ ଏନଫିଲଡକୁ ଠେସ ଦେଇ ହଜିବାକୁ ବସିଥିଲା ବୟସ ଅପରାହ୍ନର କ୍ରୁଷ୍ଣଚୂଡା ତଳେ !
ସିଗାର୍ ଫୁଙ୍କୁଫୁଙ୍କୁ ହେଜୁଥିଲା: କାଲି ରାତିରେ ଅଧା ଖୋଲା କବାଟ ଫାଙ୍କର ସାୱାର୍ ତଳେ ନଗ୍ନ ଦେଖିଥିବା ସେ ଦେହଟିକୁ !
ଆପାତତଃ ଯାହା ପ୍ରେମରେ ସେ ପଡିଯାଇଥିଲା !
ଆକଳନ କଲା ଓ ମନେମନେ ତା ଛବିକୁ ଆଖି ଜେରକ୍ସ କରି ଜୀବନ୍ୟାସ ଦେବାକୁ ଭାବିଲା !
କିନ୍ତୁ କେମିତି ?
ରୁମକୁ ଫେରି ନିଜ ବେଡରୁମରୁ ସିଷ୍ଟମ ଟେବୁଲ୍ ଓ ତା ସଲଗ୍ନ ଶୋଇବାକୁ ପଡିଥିବା ଶେଯ ସବୁ ଉଠାଇ ଫାଙ୍କା କଲା ସେ !
ନିଜ ଯୋଜନାକୁ ନେଇ ଦ୍ରୁଢ ଓ ନିଶ୍ଚିତ ହେବା ପରେ ଏବେ ଭାବିଲା ପ୍ରେମିକା ତିଆରି କରିବ ?
ଗୋଟେ ଦେହ ତିଆରି କରିବାକୁ କଣ କଣ ଦରକାର କି ?
କିଛି ମାଂସ କିଛି ହାଡ କିଛି ରକ୍ତ , ଶିରା ପ୍ରଶିରା, ଅସ୍ଥି ମଜ୍ଜା ବ୍ଲା…..ବ୍ଲା…..ବ୍ଲା
ହଁ ,ପଛପଟେ ଆଣ୍ଠୁ ଯାଏଁ ପଡୁଥିବା ଲମ୍ବାକେଶ ଘନକଳା ଚରିତ୍ରବାନ୍ ରଂଗର ଖୁବ୍ ପସନ୍ଦ ତାହାର !
କାରଣ ପିଲାବେଳେ ଜେଜେ ତା ଜେଜେମାକୁ ଦେଖାଇ କହୁଥିଲେ….ଲମ୍ବା ବେଣୀର ସୁନ୍ଦରୀ ପରିବାରକୁ ବାନ୍ଧିକି ରଖେ ଯୌଥ ସ୍ନେହ ପ୍ରେମରେ !
ସହଜରେ ଉପଡୁଥିବା କେଶ , ରଂଗହରା ଲଟା ଆଗରୁ ବସନ୍ତହରା ବି କୁଆଡେ ,ହଁ ମୁହଁରେ ପାଣି ନଥିବା କରୱା ଚୌଥ ପରି !
ଆଖି ଭ୍ରୂଲତା ଦୀର୍ଘ ଯୋଡା ରହିତ ହେବ ଓ ମ୍ରୁଗନୟନୀ ହେବ !
କସ୍ତୁରୀ ମ୍ରୁଗ ପରି ବିତରିତ କରୁଥିବ ସେ ବାସ… କିନ୍ତୁ ନିଜର ଅନ୍ତରର ଅନନ୍ତ ସୁରଭି ପ୍ରତି ସନ୍ଦିହାନ ଥିବ ସେ !
ନାକ….ଅତି ଉଚ୍ଚା ତୀଖ ହେଇନଥିବ କି ଚେପା ବି ହେଇନଥିବ ! ତୀଖା ଅତ୍ୟଧିକ ପ୍ରତିକ୍ରିୟାଶୀଳ ଓ ଚେପଟା ଦମ୍ ନଥାଏ ବ୍ୟକ୍ତିତ୍ୱରେ !
ଆରେ ମେନ୍ କଥା ଭୁଲିଯାଇଛି ସେ…. ପଟୁ ମାଟିରେ ତା ମସ୍ତିଷ୍କ ଗଢିବ ! ଚିକଟା ମାଟିରେ ତା ଯଉବନ,ରଂଗ ମାଟିରେ ତା ଓଠ , ମୋରମରେ ତା ରଜ ଓ କ୍ରୁଷ୍ଣକାର୍ପାସରେ ତା ଫଳନ୍ତି କ୍ଷେତ୍ର !
ପଟୁମାଟିରେ ମସ୍ତିଷ୍କ ଏଥିପାଇଁ ବୋକୀ ଝିଅ ପରକୀୟା ଧନ୍ଦାରେ ମହାରଥ୍ ହାସିଲ୍ କରିଥାନ୍ତି !
ଅତି ଅସ୍ୱାଭାବିକ ଅଙ୍ଗଭଙ୍ଗୀ ତଥା ଅତି ନିରୀହ ସୁନ୍ଦରୀ ଯେତେ ସବୁ ଜନ୍ତୁ ପର୍ଯ୍ଯାୟର ! ଏମାନେ ସାମ୍ନାବାଲାର ଭାବନା ସହ ଭଲ ଖେଳନ୍ତି !
ଓଠ ନା ମୋଟା ନା ପତଳା…….ଅଧିକା ମୋଟା କାମନା ଜୁଡବୁଡୁର ମୋଟା ରକ୍ତ ଓ ଅତି ପତଳା ଲାଲ୍ ବିହୀନ ସଲାମ୍ !
ବେକ ,ବଗ ପରି…..ହଁ…..ଧ୍ୟାନରତା ଥିବ ସେ… ଆତ୍ମାର ସାଥୀ ହୋଇପାରିବ !
କଲର୍ ବୋନ୍ ମାଂସର ଖୋଳପା ଭିତରେ ଲୁଚିବା ଦରକାର !
ଆଉ ଛାତି…. ବତିଶି…. ଚଉତିରିଶି ….. ଛତିଶି ନା ଅଠତିରିଶ !
ନିଜ ହାତରେ ନିଜ ପଂଝାକୁ ଶୂନ୍ୟମାପ ଦେଲା ଧ୍ରୁମିତାଭ୍ !
ତାପରେ ନାଭି….ଗଭୀର ହେଲେ ଭାବଦର୍ଶୀ… ଜଡକୁ ଚେତନାସିକ୍ତ କରାଏ !
ଉରୁ ଦେହ ଧରେ….ସବଳ ଶକ୍ତିଶାଳୀ ସଶକ୍ତ ଦମ୍ଭର ସହ ସବୁ ପରିସ୍ଥିତି ସହ ଲଢେ !
ନିତମ୍ବ ଗୋଟା ହେବା ଭଲ….ବିଚ୍ୟୁତ ହେଲେ ବିରତ ରହିବା ଭଲ !
ରଜର ରଂଗ ମୋରମ୍ କଲର୍ , ସାହାସର ସହ ଜୀବନକୁ ଜୀଇଁବାର କ୍ଷମତା ଦର୍ଶାଏ !
ଫଳନ୍ତି କ୍ଷେତ୍ର କ୍ଷୁଦ୍ର ତଥା ଅଗଭୀର ସହ କ୍ରୁଷ୍ଣକାର୍ପାସ ଭରା ହେଲେ କଳାଧାରୀ ଜନ୍ମେ !
ପାଦ….ଲକ୍ଷ୍ମୀ ହେବ…..ଅଳତା ପଡିଲେ ଘର ସାରା ପଦ୍ମ ଫୁଟିଉଠିବ ! ପାଦଟିପ ତଳେ ଲାଗୁଥିବ ଓ ନଖ ମଲା ନଥିବ !
ମେକ୍ ଅପ୍ ହାଲକା ହେବା ଜରୁରୀ କାରଣ ଅଧିକା ବୋଳା ମେକ୍ ଅପ ଗାଢ ଲିପଷ୍ଟିକ୍ ୱାଇଲଡ୍ ଓ ୱାଇଡ୍ ବାଉନ୍ସର ପ୍ରେମସଂଭୋଗ ଦର୍ଶାଏ ! କାରଣ ଫ୍ରି ହିଟ୍ ନୋ ବଲ୍ ପରେ ନା….
ଘିମିରି ଧରା ଦେହ, ପରସ୍ତପରସ୍ତ ଚମଡା ଉତୁରିଥିବା ଆସ୍ତରଣ ବ୍ୟଭିଚାରର ଦୀର୍ଘମିଆଦୀ ପ୍ରତୀକ !
ଓଃ…..ପ୍ରେମିକା ତିଆରି କରିସାରିଲା ବେଳକୁ ହାଲିଆ ହୋଇସାରିଥିଲା ଧ୍ରୁମିତାଭ୍ !
ଏମିତି ଝିଅ କଣ ସତରେ ସଂସାରରେ ଅଛନ୍ତି ?
ନା…ସମ୍ଭବ ନୁହେଁ, ବାକି କଣ ବଳକା ରହିଗଲା ଭାବି ବାଥରୁମ୍ ଭିତରକୁ ତରତରରେ ପଶିଗଲା ସେ !
ସାୱାର ତଳେ ନିଜକୁ ନଗ୍ନ ବୁଡାଇ ମନେ ପକାଇଲା କାଲି ଦେଖିଥିବା ସେ ନଗ୍ନ ଦେହକୁ !
ସବୁ ଠିକ୍ ଯେ….ପରଫ୍ୟୁମ୍ କି ଅତର ଲଗାଇବନି ସେ….କାରଣ ଏହା ଶରୀରର ଗନ୍ଧ ଲୁଚାଇବାକୁ ଛଳନା ବୋଳା ବାସ !
ଆରେ….ଦାନ୍ତ କଥା ଭୁଲିଯାଇଛି….ସେ ବି ଓଠ ତଳେ….ବାହାଡା ନହଉ….ବେସାଇଜ୍ ନୁହେଁ… ସମାନ ପଙ୍କ୍ତିର ହେଉ…ମୂଷା ପରି ହେଉ….ଅତି ବଡ କି ଡ୍ରାକୁଲାର ତୀକ୍ଷଣ ନହେଉ !
ଏହା ଭିତରେ ଗାଧୋଇବା କେଇଘଣ୍ଟା ହେଇଛି… ହିସାବ ନାହିଁ… ହଠାତ୍ କଣ ଗୋଟେ ପଡିବାର ଶବ୍ଦ ଶୁଭିଛି ? କବାଟ ଖୋଲେତ..ପ୍ରେମିକା ମରିଶୋଇଛି !
ବାହାରେ ବର୍ଷା ତୁହାକୁ ତୁହା ବର୍ଷୁଛି ଝରକା ଫାଙ୍କ ଦେଇ….ସ୍ୱପ୍ନସୁନ୍ଦରୀ ଦେହରୁ ଲଗା ମାଂସ ସବୁ ଗଳି ପଡିଛି !
ଭିତର ଶିରାପ୍ରଶିରା ହାଡ….କେଉଁଠି ସେ ନାହିଁ ?
ଭାଙ୍ଗିପଡିଲା ଧ୍ରୁମିତାଭ…ଓ ସହସା ସରକିଟ୍ ବ୍ଲାଷ୍ଟ ପର କୋପାନଳ ବି ! ଦୌଡିଗଲା ନିଜ ଗାଡିରୁ ପେଟ୍ରୋଲ୍ ଆଣିବାକୁ !
ନିଆଁ ଲଗାଇଦେଲା ତା ପ୍ରେମିକା ଦେହରେ…. ବିନା ପ୍ରତିକ୍ରିୟାରେ ଜଳିବାକୁ ଲାଗିଲା ପ୍ରେମ !
ଶେଷ ତ କିଛି ପାଉଁଶ ଓ ସ୍ମୁତିର ଜୀଇଁଥିବା କ୍ଷଣ!
ଅତଏବ ପ୍ରେମ ବିଦେହ ନିସର୍ତ୍ତ !
ମୁହଁ ଲୁଚାଇ ଦି ପାପୁଲିରେ ଭୋ ଭୋ କାନ୍ଦୁଥିଲା ଧ୍ରୁମିତାଭ୍ ! ଆଉ ପ୍ରେମିକା ଚାହିଁଥିଲା ଜହ୍ନରୁ…
Leave a Reply