
କେବେ ଶୁଣିଛ
ଦୁଃଖର ଗଜଲ
କେବେ ଆଂକିଛ
ଲୁହର ସ୍କେଚ୍
କେବେ ପଢିଛ
କୋହର ସନେଟ୍ ?
ଏଇତ ଫେରିଛି ସନାମା’
ମାଟିରେ ହାମୁଡେଇ ପଡିଥିବା
ଚଟିଘରେ ଏକାଏକା ବିକୁଛି ଦୁଃସ୍ବପ୍ନ
ଫୁଟୁଛି ଭାତ ପରି ଭୋକ
ସାଇତିଛି ସଂପତ୍ତି
ସୁଖ ପରି ଦୁଃଖ ାା
ଅରମା ଅଗଣାରେ
ଛିଡା ହେଇଛି
ଥୁଂଟା ସଜନା ଗଛ
ଅବେଳାରେ ଦେଇଛି ଭରସା
ରହ, ପୁଣି ବରଷା ଆସୁଛି
ସାଥି ହେଇ ଗାଇବା ଯେ
ଜୀବନ ସଂଗୀତ ାା
ପୁଣି ସନା ସିଲଟରେ
ଫୁଟିବ ପ୍ରଥମ ଅଖ୍ଯର
ହସିବ ବର୍ଣବୋଧ
ଓଠରେ ଭରିବ ଖୁସି
ବୁଣିହେବ
ଆଶାର ମୁରୁଯ ାା
ଭାବୁଛି ସନାମା’
କିଛି ହସ କିଛି ଲୁହ
ଏଇ ବୋଧେ ଜୀବନ..
ହାରି ପୁଣି ଦେଖିବାକୁ ହୁଏ ଏଠି
ଜିତିବାର ମିଠା ମିଠା ସପନ..ାା
Leave a Reply