
ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା ୧୯୫୮ରେ। ଏଥି ପାଇଁ କେନ୍ଦ୍ର ସ˚ଗୀତ ନାଟକ ଏକାଡେମି ଯେଉଁ ମହାନ୍ ଓଡ଼ିଆଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା, ସେ ହେଉଛନ୍ତି ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ। ଓଡ଼ିଶାର ର˚ଗମ˚ଚ ଆନ୍ଦୋଳନର ଏହି ବିପ୍ଳବୀ ଏକାଧାରରେ ଥିଲେ କବି, ନାଟ୍ୟକାର, ଗବେଷକ, ସ˚ଗୀତ ନିର୍ଦେଶକ, ଗାୟକ ଓ ଅଭିନେତା। ନିଜ ଜୀବନ କାଳରେ ବହୁ ଯଶଃ ଲାଭ କରିଥିଲେ; ପୁଣି, ଅପବାଦିତ ମଧ୍ୟ ହୋଇଥିଲେ। ପରଲୋକର ମାତ୍ର ଏକ ବର୍ଷ ପୂର୍ବରୁ ତାଙ୍କର ଆତ୍ମଚରିତ ‘କୁମ୍ଭାର ଚକ’ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା। ସେ ଭାରତ ସରକାରଙ୍କ ପ୍ରଦତ୍ତ ‘ପଦ୍ମ ଶ୍ରୀ’ ଉପାଧି ପ୍ରତ୍ୟାଖ୍ୟାନ କରିଥିଲେ। କାଳୀଚରଣ ଓଡ଼ିଶାର ସର୍ବଶ୍ରେଷ୍ଠ ସଫଳ ମଞ୍ଚ ପରିଚାଳକ, ଯିଏ ନାଟକ ସହ ଏକାଧିକ ଦଶନ୍ଧି ସକ୍ରିୟ ଭାବେ ସ˚ପୃକ୍ତ ଥିଲେ। ସେ ‘ରାସ’ ମାଧ୍ୟମରେ ନାଟକ କ୍ଷେତ୍ରରେ ପ୍ରବେଶ କରିଥିଲେ। ୧୯୧୮ରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ନାଟକ ‘ଧ୍ରୁବ’। ରାସ ନାଟକ ସହ ସ˚ପର୍କ ୧୯୩୯ ଯାଏ ଥିଲା। ଏକ ବ୍ୟବସାୟିକ ରାସ ଦଳ ଗଢ଼ି ସାରା ଓଡ଼ିଶା ବୁଲିବୁଲି ରାସ-ରସ ପରିବେଷଣ କରିଥିଲେ। ରାସରେ ପ୍ରହସନ ଭର୍ତ୍ତିକରି ନିନ୍ଦିତ ମଧ୍ୟ ହୋଇଥିଲେ। ‘ଅଜବ ସହର ପୁରୀରେ ଭାଇ! ଅଜବ ସହର ପୁରୀ। ମଶା, ମୂଷା, ମହନ୍ତ, ମାତା; ମାଙ୍କଡ଼, ମାହାରୀ ଏଠି କରତା।’- ଏହି ଲେଖା ପୁରୀର ମାତା, ମହନ୍ତଙ୍କୁ ବଡ଼ ଅସ୍ବସ୍ତି ଦେଇଥିଲା। ତୀବ୍ର ପ୍ରତିକ୍ରିୟା ଯୋଗୁଁ ସେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ୧୯୩୯ରେ କାଳୀଚରଣ ରାସ ଛାଡ଼ି ଗଢ଼ିଥିଲେ ‘ଓଡ଼ିଶା ଥିଏଟର୍ସ୍’। ତାଙ୍କ ଦ୍ବାରା ଲିଖିତ ପ୍ରଥମ ସାମାଜିକ ନାଟକ ହେଉଛି ‘ପ୍ରତିଶୋଧ’। ‘ଭାତ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମାଟି’, ‘ହରଣଚାଳ’ ଆଦି ତାଙ୍କର ଶ୍ରେଷ୍ଠ କୃତି ଅନ୍ତର୍ଭୁକ୍ତ। ମୁଖ୍ୟତଃ ନାଟକକୁ ସମ୍ବଳ କରି ସେ ପେଟ ପୋଷୁଥିଲେ। ଓଡ଼ିଆ ଜାତିକୁ ଅନେକ କିଛି ଦେଇ ମଧ୍ୟ ଶେଷ ଜୀବନରେ ବହୁ କଷ୍ଟ ଭୋଗିଥିଲେ। ପତ୍ନୀଙ୍କ ଦେହାନ୍ତ ପରେ ଏକରକମ ନିଃସଙ୍ଗ ଜୀବନ ବଞ୍ଚିଥିଲେ। ୧୮୯୭ ଡିସେମ୍ବର୍ ୨୩ରେ ସେ ଜନ୍ମ ହୋଇଥିଲେ। ୧୪ ଜୁଲାଇ ୧୯୭୮ରେ ତାଙ୍କର ପରଲୋକ ହୋଇଥିଲା।
Leave a Reply