
ଏତେ ଭଲପାଅନି ବୋଲି କେତେଥର କହିଲି ।ହେଲେ ତୁମେ କଣ ଶୁଣିବାରଯେ ଶୁଣିଲ ।ଭଲ ପରେ ଭଲପାଇ ଚାଲିଲଆଉ ଦିନ କେଇଟାରେ କଢ଼ଟାକୁ ଫୁଲ କରିଦେଲ ।ଫଳପାଇଁ ଏବେ ଅପେକ୍ଷା ତୁମରହେଲେ ମୋ କଥା ପଚାରେ କିଏ ?କଡ଼ ଲେଉଟାଇବାକୁ କେତେ ଯେ କଷ୍ଟ ହୁଏ ,ରାତି ପାହେ ଚାହିଁ ଚାହିଁ ଚୌହଦିକୁ ମୋର ,ତଥାପି ଏତେ କଷ୍ଟ ଭିତରେ ଅନୁଭବ ହୁଏ ଏକ ଅଜଣା ପୁଲକର ।ଆଶା ଦିଏ ଏକ ଅଦେଖା ସ୍ବପ୍ନରଭାବି ହୁଏ ପ୍ରତିଛବି ନିଜର ,ବୁଝି ହୁଏ ଦାୟିତ୍ୱ ମମତ୍ୱବୋଧର ।ଅଟକଳ କରିହୁଏ ଅଦେଖା ଖୁସିର ।ଏମିତି ଏମିତି ଅନେକ ଭାବନା ଉଙ୍କିହେଇଯାଏ ଯେବେ ହଲଚଲ ହେଇଯାଏ ଉଦର । ଗୋଇଠା ଖାଇ ଖାଇ ସେ ଅଦୃଶ୍ୟ ପାଦର ।ଏଇତ ନାରୀ ଜୀବନର ସାର୍ଥକତା ।
Leave a Reply